ଋଣ ଉପଯୋଗ ଅନୁପାତ: ଏହା କିପରି କାର୍ଯ୍ୟ କରେ ଏବଂ କିପରି ଭାବରେ ଏଥିରେ ସୁଧାର ଆଣିବେ

CRIF Credit Utilization Ratio

ଏହି ଋଣ ଉପଯୋଗ ଅନୁପାତ ହେଉଛି ଆପଣଙ୍କ କ୍ରେଡିଟ୍ ସ୍କୋର ନିର୍ଦ୍ଧାରଣ କରିବାର ଅନ୍ୟତମ ମୁଖ୍ୟ ଉପାଦାନ, ତେଣୁ ଏହା କିପରି କାର୍ଯ୍ୟ କରେ ବୁଝିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସର୍ବୋପରି ଏକ ଉତ୍ତମ କ୍ରେଡିଟ୍ ସ୍କୋର ଆପଣଙ୍କ ପାଇଁ ଅଧିକ ପରିମାଣର ଋଣ ଓ କମ୍ ସୁଧ ହାର ପାଇଁ ଯୋଗ୍ୟତା ଉତ୍ପନ୍ନ କରିଥାଏ, ଯେତେବେଳେ କି ଲୋ ବା ନିମ୍ନ କ୍ରେଡିଟ୍ ସ୍କୋର ଆପଣଙ୍କ ଆର୍ଥିକ ଆକାଂକ୍ଷାରେ ପହଞ୍ଚିବାକୁ କଷ୍ଟକର କରିଦେଇଥାଏ।  ଏହି ବ୍ଲଗ୍‌ରେ, ଆମ୍ଭେମାନେ ଋଣ ବ୍ୟବହାର ବିଷୟରେ ଆପଣ ଜାଣିବାକୁ ଚାହୁଁଥିବା ସମସ୍ତ ବିଷୟ ସାମିଲ୍ କରିବୁ, ଯାହାକି ଅନ୍ତର୍ଭୁକ୍ତ କରେ:

  • କ୍ରେଡିଟ୍ ୟୁଟିଲାଇଜେସନ୍ ବା ଋଣ ବ୍ୟବହାର ଅନୁପାତ କହିଲେ କଣ ବୁଝାଏ?
  •  କିପରି ଭାବରେ କ୍ରେଡିଟ୍‌ ୟୁଟିଲାଇଜେସନ୍ ରେଟ୍ ବା ଋଣ ଉପଯୋଗିତା ହାର ହିସାବ କରାଯାଇଥାଏ?
  •  ଏକ ଉତ୍ତମ ଋଣ ବ୍ୟବହାର ଅନୁପାତ କହିଲେ କଣ ବୁଝାଏ?
  •  କିପରି ଭାବରେ ଋଣ ବ୍ୟବହାର ଅନୁପାତରେ ଉନ୍ନତି ଆଣିବେ


ଆସନ୍ତୁ ଏକ ଋଣ ବ୍ୟବହାର ଅନୁପାତ କହିଲେ କଣ ବୁଝାଏ ସେଥିରୁ ଆରମ୍ଭ କରିବା?

ଆପଣଙ୍କର ଋଣ ବ୍ୟବହାର ହାର, ବେଳେ ବେଳେ କୁହାଯାଏ ଆପଣଙ୍କର ଋଣ ବ୍ୟବହାର ଅନୁପାତ ହେଉଛି ଆପଣଙ୍କ ଋଣ ସୀମାରେ ଆପଣଙ୍କ କ୍ରେଡିଟ୍ କାର୍ଡର ବକେୟା।  ତାହାର ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ୨୦- ୩୦% ପ୍ରଭାବ ରହିପାରେ, ଯାହାକି ବ୍ୟବହାର କରାଯାଉଥିବା ସ୍କୋରିଂ ମଡେଲ୍ ଉପରେ ନିର୍ଭର କରିଥାଏ।  ଯଦି ଆପଣ କେବେବି ଆପଣଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି ନାହିଁ ଏବଂ ସେଥିରେ କୌଣସି ବାଲାନ୍ସ ନଥାଏ ତେବେ ଋଣ ଉପଯୋଗିତା ବା କ୍ରେଡିଟ୍ ୟୁଟିଲାଇଜେସନ୍ ଶୂନ୍ୟ ହେବ।  ଯଦି ଆପଣ ସାଧାରଣତଃ ଏକ ବା ଅଧିକ କାର୍ଡରେ କିଛି ବାଲାନ୍ସ ଧାରଣ କରନ୍ତି ଏବଂ ଆପଣ ଉପଲବ୍ଧ ଋଣ ବା କ୍ରେଡିଟ୍‌ରୁ କିଛି ‘ବ୍ୟବହାର’ କରୁଛନ୍ତି – ଋଣଦାତା ଏବଂ କ୍ରେଡିଟ୍ ବ୍ୟୁରୋ ତାହା ଟିପି ରଖିବେ। ଯେତେବେଳେ କି ଆପଣଙ୍କର କ୍ରେଡିଟ୍ କାର୍ଡ ପାଇଁ ଉଚ୍ଚତର ବ୍ୟବହାର ହାର ଆପଣଙ୍କର କ୍ରେଡିଟ୍ ସ୍କୋରକୁ ବାସ୍ତବରେ ପ୍ରଭାବିତ କରିନପାରେ, ଆପଣଙ୍କର କ୍ରେଡିଟ୍ ସ୍କୋର ନିଶ୍ଚିତ ଭାବରେ ପ୍ରତିକୂଳ ଭାବରେ ପ୍ରଭାବିତ ହେବ ଯଦି ନିୟମିତ ଭାବରେ କ୍ରେଡିଟ୍‌ ୟୁଟିଲାଇଜେସନ୍ ରେଟ୍ ବା ଋଣ ଉପଯୋଗିତା ହାର ଅପେକ୍ଷାକୃତ ଭାବରେ ଅଧିକ ଜାରି ରହିଥାଏ।

 କିପରି ଭାବରେ କ୍ରେଡିଟ୍‌ ୟୁଟିଲାଇଜେସନ୍ ରେଟ୍ ବା ଋଣ ଉପଯୋଗିତା ହାର ହିସାବ କରାଯାଇଥାଏ?

ପ୍ରତି କ୍ରେଡିଟ୍ କାର୍ଡରେ (କାର୍ଡରେ ବାଲାନ୍ସ ବିଭକ୍ତ କାର୍ଡ ସୀମା) ଅନୁଯାୟୀ  ଏବଂ ସାମଗ୍ରିକ ଭାବରେ (ସମସ୍ତ କାର୍ଡରେ ମୋଟ୍ ବାଲାନ୍ସ ବିଭକ୍ତ କ୍ରେଡିଟ୍ ଲିମିଟ୍‌ର ଯୋଗଫଳ) କ୍ରେଡିଟ୍‌ ୟୁଟିଲାଇଜେସନ୍ ରେଟ୍ ବା ଋଣ ଉପଯୋଗିତା ହାର ହିସାବ କରାଯାଇପାରିବ

ଉଦାହରଣ ସ୍ୱରୂପ:

 ଆଉଟଷ୍ଟାଣ୍ଡିଂ ବାଲାନ୍ସ କ୍ରେଡିଟ୍ ଲିମିଟ୍କ୍ରେଡିଟ୍‌ ୟୁଟିଲାଇଜେସନ୍ ରେସିଓ ବା ଋଣ ଉପଯୋଗିତା ଅନୁପାତ
 କାର୍ଡ 1₹0₹50,0000%
 କାର୍ଡ 2₹80,000₹100,00080%
 କାର୍ଡ 3₹10,000₹75,00013.3%


ମୋଟ୍ କ୍ରେଡିଟ୍ କାର୍ଡ ବାଲାନ୍ସ / ମୋଟ ଉପଲବ୍ଧ କ୍ରେଡିଟ୍‌  =  କ୍ରେଡିଟ୍‌ ୟୁଟିଲାଇଜେସନ୍ ରେସିଓ ବା ଋଣ ଉପଯୋଗିତା ଅନୁପାତ

ମୋଟ କ୍ରେଡିଟ୍‌ ୟୁଟିଲାଇଜେସନ୍ ରେସିଓ ବା ଋଣ ଉପଯୋଗିତା ଅନୁପାତ ଏହି ଘଟଣାରେ  40% ହେବ

 ଏକ ଉତ୍ତମ ଋଣ ବ୍ୟବହାର ଅନୁପାତ କହିଲେ କଣ ବୁଝାଏ?

କ୍ରେଡିଟ୍‌ ୟୁଟିଲାଇଜେସନ୍ ବା ଋଣ ଉପଯୋଗିତାର ସାଧାରଣ ନିୟମ ହେଉଛି ୩୦- ୪୦ ପ୍ରତିଶତ ମଧ୍ୟରେ ରହିବ। ଏହା ପ୍ରତିଟି ବ୍ୟକ୍ତିଗତ କାର୍ଡ ପାଇଁ ପ୍ରଯୁଜ୍ୟ ହୋଇଥାଏ ଏବଂ ଆପଣଙ୍କର ମୋଟ କ୍ରେଡିଟ୍‌ ୟୁଟିଲାଇଜେସନ୍ ରାସିଓ ବା ଋଣ ଉପଯୋଗିତା ଅନୁପାତ ପାଇଁ ପ୍ରଯୁଜ୍ୟ ହୋଇଥାଏ।  କୌଣସି ବିଷୟ ଯାହାକି ଉପର ବର୍ଣ୍ଣିତ ଶତକଡ଼ା ପରିମାଣଠାରୁ ଅଧିକ ହୋଇଥାଏ ଏହା ଯୋଗୁଁ ଆପଣଙ୍କ କ୍ରେଡିଟ୍ ସ୍କୋର ଖସିଯାଇପାରେ କାରଣ ଜଣେ ଋଣଦାତା ଏହାକୁ ଋଣ ପାଇଁ ଆତୁର ଆଚରଣ ଭାବରେ ସମ୍ପର୍କିତ କରିଥାନ୍ତି।

ଏହାର ଅର୍ଥ ନୁହେଁ ଯେ ଜଣେ କୌଣସି କାର୍ଡରେ ଋଣ ଉପଯୋଗିତାର 40% କେବେ ଅତିକ୍ରମ କରିପାରିବ ନାହିଁ  କ୍ରେଡିଟ୍ ସ୍କୋର ଉପରେ ଏହାର ପ୍ରଭାବ ଅଧିକ ରହିଥାଏ ଯଦି ଗତ 6ରୁ 12 ମାସ ମଧ୍ୟରେ ଏହି ବ୍ୟବହାରରେ ଏକ ସାଧାରଣ ଶୈଳୀ ଦେଖିବାକୁ ମିଳିଥାଏ 
ଶେଷରେ, ଆପଣଙ୍କ କ୍ରେଡିଟ୍‌ ୟୁଟିଲାଇଜେସନ୍ ରେଟ୍ ବା ଋଣ ଉପଯୋଗିତା ହାରରେ ଉନ୍ନତି ଏହି ସ୍ମାର୍ଟ ଗତିବିଧି ମାଧ୍ୟମରେ ହାସଲ ହୋଇଥାଏ:

  1. କ୍ରେଡିଟ୍ କାର୍ଡ ଅଧିକ ଥର ପୈଠ କରିବା – ଆପଣ କାର୍ଡର ସୁବିଧା ପାଇବା ପାଇଁ ବିଭିନ୍ନ କାରବାରରେ ହୁଏତ ଆପଣଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥାଇପାରନ୍ତି, ପ୍ରତି ମାସରେ ଯଥାସମ୍ଭବ କମ୍‌ କ୍ରେଡିଟ୍ କାର୍ଡ ବକେୟା ରଖନ୍ତୁ ଏବଂ ଅଧିକ ଥର ପୈଠ କରନ୍ତୁ। ଉଦାହରଣସ୍ୱରୂପ ଯଦିଓ କ୍ରେଡିଟ୍ କାର୍ଡ ଷ୍ଟେଟମେଣ୍ଟ ମାସିକ ଭାବରେ ଉତ୍ପନ୍ନ କରାଯାଇଥାଏ, ଆପଣ ପ୍ରତି 10 ଦିନରେ କ୍ରେଡିଟ୍ କାର୍ଡ ବକେୟା ପୈଠ କରିପାରିବେ। ଏହିପରି ଭାବରେ ଆପଣଙ୍କ କ୍ରେଡିଟ୍ ସୀମା କମ୍‌ ହୋଇଯିବ ଫଳରେ ଆପଣଙ୍କର କ୍ରେଡିଟ୍ ୟୁଟିଲାଇଜେସନ ରେଟ୍‌ରେ ବା ଋଣ ବ୍ୟବହାର ହାର କମ୍‌ ଦିଶିବ।
  2. ଉଚ୍ଚତର କ୍ରେଡିଟ୍ ଲିମିଟ୍ ଲାଭ କରିବା – ଯଦି ଆପଣ ଭାବୁଥାନ୍ତି ଯେ ଆପଣ ପ୍ରଭାବଶାଳୀ ଭାବରେ କ୍ରେଡିଟ୍ କାର୍ଡ ବକେୟା ଏବଂ ଆପଣଙ୍କ ନିୟମିତ ପୈଠ ମଧ୍ୟରେ ସନ୍ତୁଳନ ବଜାୟ ରଖିପାରିବେ, ଆପଣ ବ୍ୟାଙ୍କରୁ ଉଚ୍ଚତର କ୍ରେଡିଟ୍ ଲିମିଟ୍ ମାଗିପାରିବେ। କ୍ରେଡିଟ୍ କାର୍ଡ ବ୍ୟବହାର ସମାନ ରହିଥିଲେ ମଧ୍ୟ, କ୍ରେଡିଟ୍ ୟୁଟିଲାଇଜେସନ୍ ରେଟ୍ ସ୍ୱତଃ କମିଯିବ କାରଣ ବ୍ୟବହାରଯୋଗ୍ୟ ସୀମା ବୃଦ୍ଧି ପାଇଛି। ଅବଶ୍ୟ, ଏହିପରି ସମୟରେ ଆପଣ ଯତ୍ନବାନ ହେବା ଉଚିତ ଯେ ଉଚ୍ଚତର କ୍ରେଡିଟ୍ ସୀମା ମଧ୍ୟ ଆପଣଙ୍କୁ ଅଧିକ ଖର୍ଚ କରିବା ପାଇଁ ପ୍ରଲୋଭିତ କରିପାରେ।
  3. ସୀମାକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ପାଇଁ ଏକାଧିକ କାର୍ଡ ବ୍ୟବହାର କରିବା – ଯଦି ଆପଣ ଏକାଧିକ କ୍ରେଡିଟ୍ କାର୍ଡ ଧାରଣ କରିଥାନ୍ତି, ସମସ୍ତ କାରବାର ପାଇଁ ପ୍ରାଥମିକ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ପରିବର୍ତ୍ତେ ଭିନ୍ନ ଭିନ୍ନ କାରବାର ପାଇଁ ଅଲଗା ଅଲଗା କାର୍ଡ ବ୍ୟବହାର କରିବାକୁ ଚେଷ୍ଟା କରିବା ଉଚିତ। ସେହି ଅନୁଯାୟୀ, ଆପଣଙ୍କର ସମସ୍ତ କାର୍ଡ ବ୍ୟାପି ଏକ ନିମ୍ନତର କ୍ରେଡିଟ୍‌ ୟୁଟିଲାଇଜେସନ୍ ରେଟ୍‌ ବା ଋଣ ଉପଯୋଗିତା ହାର କମ୍‌ ହେବ, ଯଦି ଆପଣ ଗୋଟିଏ କାର୍ଡରେ ଅତ୍ୟନ୍ତ ଅଧିକ ୟୁଟିଲାଇଜେସନ୍ ବା ଉପଯୋଗିତା ହାର ରହିବା ପରିବର୍ତ୍ତେ ଏବଂ ଅନ୍ୟ କାର୍ଡରେ ଅତ୍ୟନ୍ତ କମ୍‌/ ଶୂନ୍ୟ ଉପଯୋଗିତା ପରିବର୍ତ୍ତେ ଏହା କରନ୍ତି।
  4. ପୈଠ କରିବା ପରେ କାର୍ଡ ଓପନ୍‌ ରଖନ୍ତୁ –କାର୍ଡ ପୈଠ କରିବା ଦ୍ୱାରା, ଆପଣ ଆପଣଙ୍କର ମୋଟ ବାଲାନ୍ସ ହ୍ରାସ କରନ୍ତି। କାର୍ଡ ଓପନ୍‌ ରଖିବା ଦ୍ୱାରା, ଆପଣ ଆପଣଙ୍କର ଉପଲବ୍ଧ ମୋଟ କ୍ରେଡିଟ୍ ଲିମିଟ୍‌ ବଜାୟ ରଖୁଛନ୍ତି – ଏହା ଫଳରେ ଆପଣଙ୍କର କ୍ରେଡିଟ୍‌ ୟୁଟିଲାଇଜେସନ୍ ରେସିଓ ବା ଋଣ ଉପଯୋଗିତା ଅନୁପାତ କମ୍‌ କରିଛନ୍ତି।

ଆପଣ ଉତ୍ତମ ଋଣ ଅଭ୍ୟାସ ସାହାଯ୍ୟରେ ଏକ ଉତ୍ତମ କ୍ରେଡିଟ୍ ସ୍କୋର ବଜାୟ ରଖିବା ପାଇଁ ନିୟମିତ ଭାବରେ କ୍ରେଡିଟ୍ ସ୍କୋର ମନିଟର କରିବା ଉଚିତ। ଆପଣ ମଧ୍ୟ ସିଆରଆଇଏଫ୍ ସହିତ ଏଠାରେ ଆପଣଙ୍କ କ୍ରେଡିଟ୍ ସ୍କୋର ଦେଖିପାରିବେ Check Your Credit Score Now

 

Facebooktwittergoogle_pluslinkedinmail
youtube