ଆସନ୍ତୁ, ବର୍ତ୍ତମାନ 5ଟି ବାରମ୍ବାର ପଚରା ଯାଉଥିବା କ୍ରେଡିଟ୍ସ୍କୋର୍ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଜାଣିବା !

 

ତିନିଟି ଏପରି ସଂଖ୍ୟା ଯାହା ପାଖରେ ଆପଣଙ୍କ ଦୁନିଆକୁ ପ୍ରଭାବିତ କରିବାର କ୍ଷମତା ରହିଛି : ଆପଣଙ୍କ କ୍ରେଡିଟ୍‌ ସ୍କୋର୍‌ । ଆପଣଙ୍କ ସ୍କୋର୍‌ ଯେତେ ଅଧିକ ହେବ, ଆପଣଙ୍କ ସ୍ୱପ୍ନ ସାକାର ହେବାର ସମ୍ଭାବନା ସେତେ ଅଧିକ ହେବ । ଆପଣ ଯେ କେବଳ ସହଜରେ ଲୋନ୍‌ ପାଇ ପାରିବେ ତାହା ନୁହେଁ ବରଂ ଆପଣଙ୍କ ପାଇଁ ସୁଧ ହାର ମଧ୍ୟ କମ୍‌ ହୋଇଯିବ, ଯାହାର ଅର୍ଥ ହେଉଛି ମୋଟାମୋଟି ଭାବେ ଲୋନ୍‌ ନେଲେ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ଓ ଆପଣଙ୍କ ଜୀବନ କାଳରେ ଆପଣ ପର୍ଯ୍ୟାପ୍ତ ପରିମାଣର ଅର୍ଥ ସଞ୍ଚୟ କରି ପାରିବେ । ଓ ଯେତେବେଳେ କୌଣସି ବିଷୟର ପ୍ରଭାବ ଆପଣଙ୍କ ଜୀବନ ଉପରେ ଏଭଳି ଭାବେ ରହିଛି, ସେତେବେଳେ କଣ ଆପଣ ଏହି ବିଷୟରେ  ଜାଣିବାକୁ ଇଚ୍ଛା କରିବା ଉଚିତ ହେବ ନାହିଁ କି? ସବୁଠାରୁ ଦୁଃଖର ବିଷୟ ଏହା ଯେ, ଭାରତର ଲକ୍ଷ ଲକ୍ଷ ଜନତା ନିଜ ପଇସାର ସଠିକ୍‌ ବ୍ୟବହାର ବିଷୟରେ ଅଜ୍ଞ ଅଛନ୍ତି । ସମସ୍ତେ ଏକ ସ୍ୱଚ୍ଛଳ ଆର୍ଥିକ ସ୍ଥିତି ପାଇଁ ଆଶା ରଖିଥାନ୍ତି, କିନ୍ତୁ ସେମାନଙ୍କୁ ମଧ୍ୟରୁ ମାତ୍ର ଅଳ୍ପ କେତେ ଜଣ ଏକ ଉତ୍ତମ କ୍ରେଡିଟ୍‌ ଇତିହାସ ବଜାୟ ରଖିବା ପାଇଁ ସକ୍ଷମ ହୋଇ ପରନ୍ତି ।

ଏଠାରେ ଆମେ ଆପଣଙ୍କ ଜାଣିବା ପାଇଁ 5ଟି ଗୁରୁତ୍ୱପୂର୍ଣ୍ଣ ଓ ମୌଳିକ ପ୍ରଶ୍ନଗୁଡିକର ତାଲିକା ପ୍ରସ୍ତୁତ କରିଛୁ:

  1. କ୍ରେଡିଟ୍ରିପୋର୍ଟ ମାନେ କଣ?

ଏହି ପ୍ରଶ୍ନର ଏକ ସଂକ୍ଷିପ୍ତ ଉତ୍ତର ହେଉଛି : ବହୁଳ ପରିମାଣରେ ! ଏକ ଟିପିକାଲ୍‌ କ୍ରେଡିଟ୍‌ ରିପୋର୍ଟରେ ବ୍ୟକ୍ତିଗତ ପରିଚୟ ପ୍ରଦାନ କରୁଥିବା ସମସ୍ତ ତଥ୍ୟ ରହିଥାଏ : କ୍ରେଡିଟ୍‌ ଆକାଉଣ୍ଟଗୁ଼ଡିକର ତାଲିକା ( କ୍ରେଡିଟ୍‌ ଲିମିଟ୍‌ ସହିତ), ଆକାଉଣ୍ଟର ପ୍ରକାର ( କ୍ରେଡିଟ୍‌ କାର୍ଡ, ଘର ଲୋନ୍‌, ଅଟୋ ଲୋନ୍‌ ଆଦି), ଓ ସେହି ଆକାଉଣ୍ଟକୁ ଆପଣଙ୍କ ପେମେଣ୍ଟ କରିବା ଇତିହାସ । କ୍ରେଡିଟ୍‌ ରିପୋର୍ଟ କରୁଥିବା ପ୍ରମୁଖ ଚାରିଟି ବ୍ୟୁରୋ ଏହି ସବୁ ଡାଟା ବିଭିନ୍ନ ସୋର୍ସରୁ ଆଣିଥାଏ, ଯେପରିକି ବ୍ୟାଙ୍କ, ଏନ୍‌.ବି.ଏଫ୍‌.ସି ଆଦି ଯାହା ଆପଣଙ୍କ କ୍ରେଡିଟ୍‌ ବୃଦ୍ଧି କରିଥାଏ । ଏହି ସମସ୍ତ ଡାଟା ଆଧାରରେ, ଆପଣଙ୍କ କ୍ରେଡିଟ୍‌ର ଯୋଗ୍ୟତା ପ୍ରଦର୍ଶନ କରିବା ପାଇଁ କ୍ରେଡିଟ୍‌ ବ୍ୟୁରୋ ଆପଣଙ୍କ ପାଇଁ କ୍ରେଡିଟ୍‌ ସ୍କୋର୍‌ର ହିସାବ କରିଥାଏ । ଯେହେତୁ ପ୍ରତ୍ୟେକ କ୍ରେଡିଟ୍‌ ବ୍ୟୁରୋ ଆପଣଙ୍କୁ ଭିନ୍ନ ଭିନ୍ନ ସ୍କୋର୍‌ ପ୍ରଦାନ କରିଥାନ୍ତି, ଏଣୁ ଆପଣଙ୍କ ପାଖରେ ନିଶ୍ଚିତ ଭାବେ ଚାରିଟି ସ୍କୋର ଉପଲବ୍ଧ ହୋଇ ପାରିବ । ଚାରି କିମ୍ପାନିର ସ୍କୋର ମଧ୍ୟରେ କିଛି କିଛି ପାର୍ଥକ୍ୟ ରହିବା ସ୍ୱାଭାବିକ ଅଟେ । ତେବେ, ମୋଟାମୋଟି ଭାବେ ଆପଣଙ୍କ କ୍ରେଡିଟ୍‌ ଇତିହାସ ନିଶ୍ଚିତ ଭାବେ ଅପେକ୍ଷାକୃତ ସ୍ଥିର ଅଟେ ।

  1. କେଉଁ ପ୍ରକାରର ତଥ୍ୟ ଆପମଙ୍କ କ୍ରେଡିଟ୍ସ୍କୋର୍କୁ ପ୍ରଭାବିତ କରିପାରିବ?

ଆପଣଙ୍କ କ୍ରେଡିଟ୍‌ ସ୍କୋରକୁ ପ୍ରଭାବିତ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ହେଉଛି ଆପଣ ଲୋନ୍‌ ପେମେଣ୍ଟ କରିବା  ଧାରା ଓ କିପରି ଭାବେ ଆପଣ ନିଜର ଇଏମ୍‌ଆଇ ଓ କାର୍ଡର ବାକି ପେମେଣ୍ଟ କରୁଛେ । ଯଦି ଆପଣ ବାକି ପଇସା ପଇଠ କରିବାରେ ଏକ ମାସ ବିଳମ୍ବ କରୁଛନ୍ତି, ତେବେ ଆପଣଙ୍କ କ୍ରେଡିଟ୍‌ ସ୍କୋର କିଛି ପଏଣ୍ଟ କମ୍‌ ହେବା ସମ୍ଭାବନା ରହିଛି ।

ପରବର୍ତ୍ତୀ ସୋପାନ ହେଉଛି, କ୍ରେଡିଟ୍‌ ଏନ୍କ୍ୱାଇରୀ । ସେଗୁଡିକ ଆପଣଙ୍କ କ୍ରେଡିଟ୍‌ ସ୍କୋର୍‌କୁ ପ୍ରଭାବିତ କରିପାରେ । କ୍ରେଡିଟ୍‌ ଏନ୍କ୍ୱାଇରୀ ଦୁଇ ପ୍ରକାରର ହୋଇଥାଏ, ସଫ୍ଟ ଓ ହାର୍ଡ । ସଫ୍ଟ ଏନ୍କ୍ୱାଇରୀ ହେଉଛି ତାହା ଯାହା ଆପଣ ଆପଣଙ୍କ ସ୍କୋର ଆପଣଙ୍କ ସ୍କୋର୍‌ କ୍ରେଡିଟ୍‌ ସ୍କୋର୍‌ ପାଇଁ ବିପଦମୁକ୍ତ କି ନୁହେଁ ତାହା ଜାଣିବା ପାଇଁ ନିଜେ କରିଥାନ୍ତି କିନ୍ତୁ ହାର୍ଡ ଏନ୍କ୍ୱାଇରୀ ହେଉଛି ତାହା ଯାହା ପ୍ରାୟତଃ ଋଣଦାତାମାନେ ଆପଣ ଲୋନ୍‌ ପାଇଁ ଆବେଦନ କରିବା ବେଳେ କରିଥାନ୍ତି, ଏହା ଦ୍ୱାରା ଆପଣଙ୍କ ଶେଷରେ ଆପଣଙ୍କୁ ଲୋନ୍‌ ନ ମିଳି ପାରିଲେ ମଧ୍ୟ ଆପଣଙ୍କ କ୍ରେଡିଟ୍‌ ସ୍କୋର୍‌ ନିମ୍ନକୁ ଆସିବା ସମ୍ଭାବନା ରହିଛି ।

ନୂଆ କ୍ରେଡିଟ୍‌ ଆକାଉଣ୍ଟ ଖୋଲିବା ବା ନୂଆ ଲୋନ୍‌ ନେବା ଦ୍ୱାରା ମଧ୍ୟ ପ୍ରଭାବ ପଡିଥାଏ କିନ୍ତୁ ନିୟମିତ ଓ ଠିକ୍‌ ସମୟରେ ପେମେଣ୍ଟ କରି ଆପଣ ଏହି ସମସ୍ୟା ଦୂର କରିପାରିବେ । ଲୋନ୍‌ ଦାତାମାନେ ନିଜ ମୁତାବକ ଧାରକମାନଙ୍କ ବିଶ୍ୱସନୀୟତା ଆକଳନ କରିଥାନ୍ତି । ସେମାନେ ସେମାନଙ୍କ ପସନ୍ଦ ମୁତାବକ ଯେକୌଣସି ଏକ ସ୍କୋର୍‌ ବ୍ୟବହାର କରିପାରିବେ ଓ ସେହି ସ୍କୋର୍‌କୁ ସେମାନଙ୍କ ପାଖରେ ଥିବା ସ୍ୱତନ୍ତ୍ର ସ୍କେଲ୍‌ରେ ରଖି ମାପ କରିପାରିବେ । ଏହା ମଧ୍ୟ ସମ୍ଭବ ଯେ, ସେମାନେ ଏହି କ୍ରଡିଟ୍‌ ସ୍କୋରଗୁଡିକୁ ବିଚାରଭୂକ୍ତ ନକରି କ୍ରେଡିଟ୍‌ ରିପୋର୍ଟରେ ନିହିତ ବିଷୟଗୁଡିକୁ କେବଳ ବିଚାର ଭୁକ୍ତ କରିପାରିବେ ।

  1. ଆପଣଙ୍କ ସ୍କୋର୍‌ 700ରୁ କମ୍ଅଛି ବର୍ତ୍ତମାନ କଣ କରିବେ?

ପ୍ରତିବର୍ଷ ଆପଣଙ୍କ କ୍ରେଡିଟ୍‌ ସ୍କୋର ଯାଞ୍ଚ କରନ୍ତୁ, କିଛି ନ ହେଲେ ହଠାତ୍‌ ଚକିତ ନହେବାକୁ ପଡୁ, ସେଥିପାଇଁ! ସିଆର୍‌ଆଇଏଫ୍‌ (CRIF )ଗ୍ରହଣ କଲେ ଆପଣ ପ୍ରତିବର୍ଷ ଏକ ନିଃଶୁଳ୍କ କ୍ରେଡିଟ୍‌ ରିପୋର୍ଟ ପାଇପାରିବେ । ଓ ଯଦି ଆପଣ ଏହା କରିବେ ତେବେ କେବେ ମଧ୍ୟ ଆପଣଙ୍କ କ୍ରେଡିଟ୍‌ ସ୍ତର ନିମ୍ନକୁ ଖସିବ ନାହିଁ – ଏହାକୁ “ ସଫ୍ଟ” ଏନ୍‌କ୍ୱାଇରୀ କୁହାଯାଏ ।

ଯଦି ଆପଣଙ୍କ କ୍ରେଡିଟ୍‌ ସ୍କୋର 700ରୁ କମ୍‌ ଅଛି ତେବେ ଆପଣ ଆପଣଙ୍କ କ୍ରେଡିଟ୍‌ ରିପୋର୍ଟକୁ ଭଲ ଭାବେ ଅନୁଧ୍ୟାନ କରନ୍ତୁ ଓ ନିମ୍ନ କ୍ରେଡିଟ୍‌ ସ୍କୋରର କାରଣ ଖୋଜି ବାହାର କରନ୍ତୁ । ଆପଣଙ୍କ କ୍ରେଡିଟ୍‌ କାର୍ଡରେ ଥିବା ବାଲାନ୍ସ ଅର୍ଥ ଓ କ୍ରେଡିଟ୍‌ କାର୍ଡ ବ୍ୟବହାରର ଅନୁପାତ ଉପରେ ନଜର ପକାନ୍ତୁ । ଆପଣ ଆପଣଙ୍କ କାର୍ଡର ସର୍ବାଧିକ ସୀମାର ଯେତେ ନିକଟତର ହେବେ, ଏହା ଦ୍ୱାରା ଆପଣଙ୍କ ସ୍କୋର୍‌ ସେତିକି ନିମ୍ନକୁ ଆସିବ. ଏଣୁ ଯଦି ସମ୍ଭବ ହୁଏ ତେବେ ଆପଣ ସେହି ବାଲାନ୍ସ ଅର୍ଥ ପଇଠ କରି ଦିଅନ୍ତୁ । ଆପଣ ଏବେ ପର୍ଯ୍ୟନ୍ତ ଗ୍ରହଣ କରି ନଥିବା କ୍ରେଡିଟ୍‌ ରିପୋର୍ଟରେ କାଳେ କିଛି ତ୍ରୁଟି ରହି ଯାଇଥିବ ବା ତଥ୍ୟ ନଥିବ, ସେଥିପାଇଁ ଥରେ ରିପୋର୍ଟ ଅନୁଧ୍ୟାନ କରନ୍ତୁ, ଯଦି ଏପରି କିଛି ଅଛି, ତେବେ ଆପମ ସଙ୍ଗେ ସଙ୍ଗେ କ୍ରେଡିଟ୍‌ ବ୍ୟୁରୋ ବା ବ୍ୟାଙ୍କକୁ ତଥ୍ୟସବୁ ଅପ୍‌ଡେଟ୍‌ କରିବା ପାଇଁ କୁହନ୍ତୁ ।

ଅଚାନକ ଅସ୍ୱଭାବିକ ଭାବେ ଲମ୍ବା କ୍ରେଡିଟ୍‌ ଇତିହାସ ଥିବା ଆପଣଙ୍କ କ୍ରେଡିଟ୍‌ କାର୍ଡକୁ ବନ୍ଦ କରିବା ଦ୍ୱାରା ଆପଣଙ୍କ କ୍ରେଡିଟ୍‌ ସ୍କୋର୍‌ ଉପରେ ନକାରାତ୍ମକ ପ୍ରଭାବ ପଡିବା ସମ୍ଭାବନା ରହିଛି । ଆପଣ କେବେଠାରୁ ଧାର ନେଇଛନ୍ତି, ତାହା ମଧ୍ୟ ଆପଣଙ୍କ ସ୍କୋର୍‌କୁ ପ୍ରଭାବିତ କରିଥାଏ । ସମୟ ଯେତେ ଲମ୍ବା ହେବ, ସେତିକ ଭଲ ।

  1. ଖରାପ କ୍ରେଡିଟ୍ସ୍କୋର କେତେ ସମୟ ପର୍ଯ୍ୟନ୍ତ ରହିଥା?

ଏକ ନିର୍ଦ୍ଦିଷ୍ଟ  ସମୟ ଅବଧି ପାଇଁ ଋଣ ନିଆଯାଏ ଓ ଏହି ଦୃଷ୍ଟିରୁ ଦେଖିଲେ ଆପଣଙ୍କ କ୍ରେଡିଟ୍‌ ରିପୋର୍ଟରେ ଦେଖା ଯାଉଥଇବା ନକରାତ୍ମକ ତଥ୍ୟ ମଧ୍ୟ ଅଳ୍ପ ସମୟ ପାଇଁରହିବ । ଆପଣଙ୍କ କ୍ରେଡିଟ୍‌ କାର୍ଡରେ ଥିବା ସମସ୍ତ ଋଣାତ୍ମକ ତଥ୍ୟର ମହତ୍ତ୍ୱ 7 ବର୍ଷପରେ ଆପଣଙ୍କ କ୍ରେଡିଟ୍‌ କାର୍ଡ ପାଇଁ ହ୍ରାସ ପାଇବାକୁ ଆରମ୍ଭ କରିବ ଓ ଫଳାଫଳ ସ୍ୱରୂପ ଆପଣଙ୍କ କ୍ରେଡିଟ୍‌ ଯୁକ୍ତାତ୍ମକ ଦିଗରେ ଯିବ ।

  1. ଆପଣଙ୍କ କ୍ରେଡିଟ୍ରିପୋର୍ଟ କିଏ ଦେଖି ପାରିବ?

ଆପଣଙ୍କ କ୍ରେଡିଟ୍‌ ରିପୋର୍ଟରେ ଥିବା ତଥ୍ୟସବୁ ସର୍ବସାଧାରଣ ବ୍ୟବହାର ପାଇଁ ଉପଲବ୍ଧ ନୁହେଁ ଓ କେବଳ ଆପଣଙ୍କ ଅନୁମତି ନେଇ ଜଣେ ଏହାକୁ ବ୍ୟବହାର କରିପାରିବ । ଯେତେବେଳେ ଆପଣ ଲୋନ୍‌ ବା କ୍ରେଡିଟ୍‌ କାର୍ଡ ପାଇଁ ଆବେଦନ କରିବେ. ସେତେବେଳେ ଋଣ ଦାତା ଯେପରିକି ବ୍ୟାଙ୍କ ଏଥିପାଇଁ ଆପଣଙ୍କ ଅନୁମତି ନେବାକୁ ଚାହିଁବେ, ଯେହେତୁ ଆପଣଙ୍କ କ୍ରେଡିଟ୍‌ ଯୋଗ୍ୟତା ନିର୍ଦ୍ଧାରଣ କରିବା ପାଇଁ ଓ ଧାର କରିଥିବା ପରିମାଣକୁ ଫେରସ୍ତ କରିବା ପାଇଁ ଆପଣଙ୍କ ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜାଣିବା ପାଇଁ ବ୍ୟାଙ୍କ ତଥ୍ୟଗୁଡିକର ଅନୁସନ୍ଧାନ କରିବା ଆବଶ୍ୟକ ହୋଇଥାଏ ।

ବର୍ତ୍ତମାନ, ଆମେ ଯେହେତୁ କ୍ରେଡିଟ୍‌ ସ୍କୋର୍‌ ସମ୍ବନ୍ଧିତ ମୌଳିକ ବିଷୟଗୁଡିକ ବର୍ଣ୍ଣନା କରିସାରିଛୁ, ଆପଣ ଆଉ ଅପେକ୍ଷା ନକରି, ଏହି ପର୍ଯ୍ୟାୟଗୁଡିକର ଅନୁସରଣ କରନ୍ତୁ ଓ ଏବେଠାରୁ ଏକ ଉତ୍ତମ କ୍ରେଡିଟ୍‌ ଇତିହାସ ଗଢିବାକୁ ଆରମ୍ଭ କରନ୍ତୁ !